Report Card Odisha

| Daily Odia News

ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧନ ଲାଭ ସହିତ ପାରିବାରିକ ସୁଖ-ସମୃଦ୍ଧି ଆଶା କରାଯାଏ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବହୁ ସୁଖକର ଘଟଣା ଘଟିପାରେ। ଆନନ୍ଦ ଉପଭୋଗ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।

ବୃଷ : ଚିତ୍ତ ପ୍ରସନ୍ନତା ଭାବାପନ୍ନ ହେବ। ଶତ୍ରୁ ବିନାଶ କରି ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। ଋଣବୋଝ ମୁଣ୍ଡରୁ ଓହ୍ଲାଇବାରେ ସକ୍ଷମ ହେବେ। ଶୁଭକାର୍ଯ୍ୟ କରଣୀୟ।

ମିଥୁନ : ଆୟ ଯଥେଷ୍ଟ ପରିମାଣର ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପର ଧନରେ ଧନୀ ହୋଇପାରନ୍ତି। ମହିଳା ମଣ୍ଡଳୀର ସାହାଯ୍ୟକାରୀ ହେବେ। ପ୍ରିୟଭାଷୀ ଓ ଧନ-ଯାନ-ବାହନ ଯୁକ୍ତ ହେବେ।

କର୍କଟ : ବାସଗୃହ ପରିବେଶ ଉତ୍ତମମାନର ହେବ। କୃଷିକ୍ଷେତ୍ର ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ। ନୃପତୁଲ୍ୟ ବଳବୀର୍ଯ୍ୟ ସମ୍ପନ୍ନ ହୋଇପାରନ୍ତି। ଭୂମି ଲାଭ ଅଥବା ଭୂଜାତ ପଦାର୍ଥ ଲାଭ ହୋଇପାରେ।
ସିଂହ : ଆଶାବାଦୀ ହେବେ। କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ରୂପବାନ୍ ହେବେ। ଶାନ୍ତ ଓ ନିପୁଣ ହୋଇପାରନ୍ତି। ମେଧାବୀ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବିଦ୍ବାନ ଓ ଦୟାଳୁ ହେବେ।

କନ୍ୟା : ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଅନେକ କ୍ଷେତ୍ରରେ ସମ୍ମାନିତ ହେବାର ସମ୍ଭାବନା ରହିଛି। ପରିବାରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ତ୍ୟାଗଶୀଳ ଓ ମତିଜ୍ଞ ହେବେ। ବିବିଧ ଧର୍ମଯୁକ୍ତ ହେବେ। ଧର୍ମ ଧ୍ବଜାଧାରୀ ହେବେ।

ତୁଳା : ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଶ୍ରୀ ଚନ୍ଦ୍ରଭୋଗ ହେତୁ ଆୟ ଆଶାନୁରୂପ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆଶୀର୍ବାଦ ଯୁକ୍ତ ହେବେ। ଚିନ୍ତାଧାରା ଉତ୍ତମମାନର ହେବ।
ବିଛା : ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ। ଭିନ୍ନ ଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗନେଇ ନିରବ ଦର୍ଶକ ହୋଇପାରନ୍ତି। ଧର୍ମକାର୍ଯ୍ୟରେ ଧନବ୍ୟୟ କରିବେ।

ଧନୁ : ଅଧିକ ଅଭିଜ୍ଞତା ଓ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭାଗୀୟ ସୂତ୍ରରୁ ଏପରିକି ସରକାରୀସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳିପାରେ।

ମକର : ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।

କୁମ୍ଭ : ସୁଖ-ସମ୍ମାନ ଲାଭ କରିବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।

ମୀନ : ଆର୍ଥିକ ସ୍ଥିତିରେ ଟଳମଳ ଅବସ୍ଥା ସୃଷ୍ଟି ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ମିଳନରେ କିଛିଟା ଉପକୃତ ହୋଇପାରନ୍ତି।

Breaking News