ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ପୂର୍ବତନ ମୁଖିଆ ସୋନିଆ ଗାନ୍ଧି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ ବଡ଼ ଘୋଷଣା କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲଣ୍ଡର ଯୋଗାଇ ଦେବ। ସୋନିଆ କହିଛନ୍ତି, “ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ମୋର ସ୍ୱପ୍ନ। କଂଗ୍ରେସ ସରକାର ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାମ କରିବ। ତେଣୁ ଲୋକମାନେ କଂଗ୍ରେସକୁ ସମର୍ଥନ କରନ୍ତୁ।” ହାଇଦ୍ରାବାନଦ ଉପକଣ୍ଠ ଟୁକ୍କୁଗୁଡ଼ାରେ ସୋନିଆ କହିଛନ୍ତି, “ଆମେ ୬ଟି ଗ୍ୟାରେଣ୍ଟୀ ଦେଉଛୁ ଓ ପ୍ରତିଟି କଥାକୁ ପୂରଣ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ମୁଁ ଓ ମୋର ସହଯୋଗୀମାନେ ମହାନ ତେଲେଙ୍ଗାନ ଜନ୍ମ ହେବା ଘଟଣାରେ ସାମିଲ ହେବାର ସୁଯୋଗ ପାଇଥିଲୁ। କଂଗ୍ରେସ ଏଠାରେ କ୍ଷମତାକୁ ଆସିଲେ ମହିଳାମାନଙ୍କୁ ମହାଲକ୍ଷ୍ମୀ ଯୋଜନାରେ ମାସିକ ୨୫ ଶହ ଲେଖାଏ ଭତ୍ତା ଦେବ। ଗ୍ୟାସ ସିଲଣ୍ଡର ୫୦୦ ଟଙ୍କାରେ ମିଳିବ। ରାଜ୍ୟ ସରକାରଙ୍କ ବସ୍ ଯାତ୍ରା ମହିଳାମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ହେବ। ତେଲେଙ୍ଗାନାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ୬ଟି ଗ୍ୟାରେଣ୍ଟି ଦେଉଛୁ। ପ୍ରତଟି ଗ୍ୟାରେଣ୍ଟି ପୂରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……