Report Card Odisha

| Daily Odia News

ଆକାଶରେ ୨ ବିମାନ ଧକ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିବା ନେଇ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। ରେନୋ ସିଟି ଏୟାର ରେସିଂ ଆସୋସିଏଶନର ଅଧିକାରୀମାନେ କହିଛନ୍ତି ରବିବାର ଦିନ ଅପରାହ୍ନ ପ୍ରାୟ ୨ଟା ୧୫ ରେ ଟି -୬ ଗୋଲ୍ଡ ରେସ ଫାଇନାଲ ସମୟରେ ଏହି ଦୁଇଟି ବିମାନ ମଝି ଆକାଶରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କ ପାଖରେ ଅନ୍ୟ କୌଣସି ସୂଚନା ଉପଲବ୍ଧ ନାହିଁ। ଅଧିକାରୀ କହିଛନ୍ତି ମୃତ୍ୟୁ ଘଟିଥିବା ପାଇଲଟଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଆସୋସିଏଶନର ବୋର୍ଡ ଅଫ ଡାଇରେକ୍ଟର୍ସ ଏବଂ ଟି-୬ ବର୍ଗର ସଭାପତି କହିଛନ୍ତି ରେନୋରେ ଚାଲିଥିବା ଜାତୀୟ ଚାମ୍ପିଅନଶିପ ଏୟାର ରେସର ଅନ୍ତିମ ଦିନରେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ମୃତ ପାଇଲଟଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି। ଅଧିକାରୀ କହିଛନ୍ତି ଅନ୍ୟ କେହି ଆହତ ହୋଇଥିବା ଖବର ନାହିଁ। ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଦୁର୍ଘଟଣାର କାରଣ ଜାଣିବା ପାଇଁ ସେମାନେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ, ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତା ନେଉଛନ୍ତି।

Breaking News