ରିପୋର୍ଟ କାର୍ଡ / ଭୁବନେଶ୍ବର
ଚାଷୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଁଖାଇ ଭେଟି ଦେଇଛନ୍ତି । ୨୦୨୩-୨୪ ରବି ଫସଲ ପାଇଁ କାଳିଆ ସହାୟତା ଚାଷୀଙ୍କ ଖାତାକୁ ଦିଆଯାଇଛି। ଏହା ଫଳରେ ପ୍ରାୟ ୪୫ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ୯ଶହ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାଦ୍ବାରା କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଚାଷୀ ଉପକୃତ ହେବେ । ଏହାସହ ୬୮ ହଜାର ଭୂମିହୀନ ଚାଷୀଙ୍କୁ ଜୀବିକା ସହାୟତା ମିଳିଛି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା । ଚାଷୀଙ୍କ ଖାତାକୁ ରାଜ୍ୟ ସରକାର ଦେଲେ କାଳିଆ ଟଙ୍କା । ବର୍ଷକୁ ଦୁଇ ଥର କାଳିଆ ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଗତ ଅକ୍ଷୟ ତୃତୀୟାରେ କାଳିଆ ଟଙ୍କା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୮ ମସିହାରେ ରାଜ୍ୟ ସରକାର ଏହି କାଳିଆ ଯୋଜନା ଆରମ୍ଭ କରିଥିଲେ । ଚାଷ ସମୟରେ କୃଷକଙ୍କୁ ଆର୍ଥିକ ସହାୟତା ଏବଂ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଏହି କାଳିଆ ସହାୟତା ପ୍ରଦାନ କରାଯାଉଛି ।






More Stories
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..