ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ରେ ଆଉ ୬ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି | ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି ୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ସହ ସଂଖ୍ୟା୨୦୬ରେ ପହଞ୍ଚିଛି। ଗତକାଲି ଯାଏ ସଂକ୍ରମିତଙ୍କଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ହୋଇଥିବା ବେଳେ ୯ ଜଣ ଅନ୍ୟ ଜିଲ୍ଲାର ରହିଛନ୍ତି। ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଅ।ଯାଉଥିବା ନେଇ ସିଡିଏମଓ ସୁଚନା ଦେଇଛନ୍ତି । ତେବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..