ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଜ୍ୟ ସଭାରେ ଆଗତ ହେବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍। ଗତକାଲି ଲୋକସଭାରେ ବିଲକୁ ସମର୍ଥନ ମିଳିବା ପରେ ଆଜି ରାଜ୍ୟ ସଭାରେ ବିଲକୁ ଉପସ୍ଥାପିତ କରାଯିବ। ଯାହା ଉପରେ ରହିଛି ପୂରା ଦେଶର ନଜର। ବିଲ୍ ରାଜ୍ୟ ସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଯିବ। ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭାରେ ମହିଳା କୋଟା ବିଲ୍ ଉପରେ ବିବୃତ୍ତି ରଖିବାର କାର୍ଯ୍ୟକ୍ରମ ରହିଛି। ୧୪ ଜଣ ମହିଳା ସାଂସଦ ଓ ମନ୍ତ୍ରୀ ବିଜେପି ପକ୍ଷରୁ ଏହି ବିଲ୍ ଉପରେ ବିତର୍କ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରୁ ଓବିସି ସମ୍ପ୍ରଦାୟର ତିନିଜଣ ମହିଳା ସାଂସଦ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଦୁଇଜଣ ମହିଳା ବିଲ୍ ସପକ୍ଷରେ ତର୍କ କରିବେ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……