Report Card Odisha

| Daily Odia News

ପ୍ରେରଣାଦାୟୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ବିପଦରେ ଇତର ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ସଂଯମୀ ହେଲେ ସିଦ୍ଧିପ୍ରାପ୍ତ ହେବେ। ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥିରେ କି ଉଳ ଭବିଷ୍ୟତର ଆଶା ଧୂଳିସାତ୍ ହେବ।
ବୃଷ : କାମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କ ପାଖରେ ରହିଛି। ଜଣେ ସମାଜସେବୀଭାବେ ସମ୍ମାନିତ ହେବେ।
ମିଥୁନ : ଲୁକ୍‌କାୟିତ ପ୍ରତିଭାକୁ ପବିତ୍ର ମନରେ ଲୋକଲୋଚନକୁ ଆଣିପାରନ୍ତି। ଆପଣଙ୍କ ଅତୁଟ ଭ୍ରାତୃବନ୍ଧନକୁ ଅନୁଧ୍ୟାନ କରି ଶତ୍ରୁ ଆପଣାଛାଏଁ ଅପସରି ଯିବ। ଋଣଦାତାଙ୍କ ଦୟାରୁ କେବଳ କିସ୍ତି ଦେଇ ଆଶ୍ବସ୍ତ ହେବେ।
କର୍କଟ : କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ। ସତ୍‌ପଥରେ ଜ୍ଞାନର ଦୀପ ଜଳାଇ ଜନସାଧାରଣଙ୍କ ଚଲାପଥକୁ ଆଲୋକିତ କରିପାରନ୍ତି। ପତିପ୍ରାଣା ପତ୍ନୀଙ୍କ ଉଦ୍ୟମରୁ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି।
ସିଂହ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଉଦାର ଚେତା, ଉଦାର ଚରିତ୍ର ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିପାରନ୍ତି। ଶ୍ରେଷ୍ଠ ହେବେ।
କନ୍ୟା : ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ମହତ୍‌ କାର୍ଯ୍ୟର ପ୍ରୟାସୀ ହୋଇପାରନ୍ତି। ତେଜ, କ୍ଷମା, ଧୈର୍ଯ୍ୟ, ବାହ୍ୟ ଶୁଦ୍ଧି, କାହାରିଠାରେ ଶତ୍ରୁଭାବ ନ ରଖିବା ଭଳି ଗୁଣର ଆତ୍ମପ୍ରକାଶ ଘଟାଇ ପାରନ୍ତି।
ତୁଳା : ଈର୍ଷାଠାରୁ ଦୂରେଇ ରହିବାକୁ ପଡ଼ିବ। ଆପଣଙ୍କଠାରେ ନିହିତ ଅମୃତମୟ ପ୍ରଭାବକୁ କୋଣ, ଅନୁକୋଣରେ ବିଛାଇ ଦେଇପାରନ୍ତି। ନିଜ କର୍ତ୍ତବ୍ୟ ମାର୍ଗରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି।
ବିଛା : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଅପେକ୍ଷା ଶୁଭ କାର୍ଯ୍ୟରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଆପଣଙ୍କ ମହନୀୟ କର୍ମ ସମୂହ ଆପଣଙ୍କୁ ଶ୍ରେଷ୍ଠାସନ ଦେଇପାରେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।
ଧନୁ : ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରିବେ। ଭାଷା ମଧୁର, ପ୍ରେମପୂର୍ଣ୍ଣ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ଦରିଦ୍ର ନାରାୟଣ ସେବାରେ ଧନ ବ୍ୟୟ କରି ଆନନ୍ଦ ଲାଭ କରିବେ।
ମକର : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଆପଣଙ୍କ ମହନୀୟ ଆଦର୍ଶ ଦୃଷ୍ଟାନ୍ତମୂଳକ ହେବ। ମଧୁବ୍ୟୁହ ପରବର୍ତ୍ତୀ କାଳରେ ସମ୍ମାନ ହାନିର କାରଣ ହେବ।
କୁମ୍ଭ : ପ୍ରତ୍ୟୁପନ୍ନ ମତିସମ୍ପନ୍ନ ହେବେ। ପ୍ରକୃତିର ବୈଚିତ୍ର୍ୟତା ଆପଣଙ୍କ ମନକୁ ସ୍ପର୍ଶ କରିପାରେ। ମହତରୁ ମହୀୟାନ୍‌ ବିବେକ, ବୁଦ୍ଧି, ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି। ​‌େ​‌ଦ୍ବଷ ଭାବ ପରିତ୍ୟାଗ କରିଥିବାରୁ ଶାନ୍ତି ପ୍ରାପ୍ତ ହେବେ।
ମୀନ : ଦୈବୀ ବଳରେ ବଳୀୟାନ୍‌ ହୋଇପାରନ୍ତି। ସଶକ୍ତ ଆତ୍ମବଳ ଆପଣଙ୍କୁ ସକଳ କ୍ଷେତ୍ରରେ ବିଜୟୀ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ଜ୍ୟୋତିର୍ମୟୀ ପତ୍ନୀ, ପ୍ରେରଣାଦାୟୀ ହେବେ।

Breaking News