Report Card Odisha

| Daily Odia News

ରାହୁଲ ଗାନ୍ଧି ନୂଆ ଯୁଗର ରାବଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ କହି ବିକୃତ ଫଟୋ ପୋଷ୍ଟ କରିଛି ବିଜେପି। ଦଳ ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟରେ ରାହୁଲଙ୍କ ଏକାଧିକ ମୁଣ୍ଡ ଥିବା ଫଟୋ ପୋଷ୍ଟ କରିବା ପରେ ବିବାଦ ସୃଷ୍ଟି ହୋଇଛି। ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଏହା ଉପରେ ଲେଖିଛି ଯେ ରାବଣ ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ। ସୋରୋସ ହେଉଛନ୍ତି ହଙ୍ଗେରୀ-ଆମେରିକାନ ବ୍ୟବସାୟୀ। ସେ ବିଶ୍ୱର ବିଭିନ୍ନ ସଂସ୍ଥାକୁ ଚାନ୍ଦା ଦିଅନ୍ତି ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନ୍ତି ବୋଲି ବିଜେପି ସର୍ବାଦା ଅଭିଯୋଗ କରି ଆସୁଛି। ତେଣୁ ରାହୁଲଙ୍କ ସହ ବିଜେପି ସୋରୋସଙ୍କୁ ମଧ୍ୟ ଟାର୍ଗେଟ କରିଛି। ବିଜେପି ଆହୁରି କହିଛି, “ଏଠାରେ ଅଛନ୍ତି ନୂଆ ଯୁଗର ରାବଣ। ସେ ରାକ୍ଷାସ। ଧର୍ମ ବିରୋଧୀ। ରାମ ବିରୋଧୀ। ଭାରତକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ।” କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ରାହୁଲ ଗାନ୍ଧିଙ୍କୁ ରାବଣ ସଜାଇ ବିକୃତ ଫଟୋ ପୋଷ୍ଟ କରିବା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ? ଯାହାଙ୍କ ବାପା ଓ ଜେଜେମା’ଙ୍କୁ ଭାରତକୁ ଭାଗଭାଗ କରିବାକୁ ଚାହୁଁଥିବା ଲୋକମାନେ ହତ୍ୟା କରିଥିଲେ, ସେଭଳି ଜଣେ କଂଗ୍ରେସ ସାଂସଦ ଓ ଦଳର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ହିଂସାକୁ ଉସକାଇବା ପାଇଁ ଏପରି କରାଯାଇଛି। ଆମେ ଆଦୌ ଭୟଭୀତ ହେବୁ ନାହିଁ।”

Breaking News