ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସର ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇ ବିଜେପିର ଏକ ଟୁଇଟ୍କୁ ଦଳ କଡ଼ା ସମାଲୋଚନା କରିଥିଲା | ଏହାର ଜବାବରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଆଦାନୀ’ଙ୍କ ସଖୀ କଣ୍ଡେଇ ଦର୍ଶାଇ ଏକ ପୋଷ୍ଟର ଜାରି କରିଛି। କଂଗ୍ରେସ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡ଼ା ସମାଲୋଚନା କରିବା ସହ ‘ସବୁଠୁ ବଡ଼ ମିଛୁଆ’ ଲେଖାଥିବା ପୋଷ୍ଟର ସେୟାର କରିଥିଲା। ଫିଲ୍ମ ପୋଷ୍ଟର ଭାବେ ଡିଜାଇନ୍ କରାଯାଇଥିବା ଆଉ ଏକ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଜୁମଲା ବୟ’ ବୋଲି ଲେଖାଯାଇଥିଲା। ଏହାର ପରଦିନ ବିଜେପି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏକ ଫିଲ୍ମ ପୋଷ୍ଟର ଜାରି କରିଥିଲା। ଏଥିରେ କଂଗ୍ରେସ ନେତାଙ୍କୁ ‘ନୂଆ ଯୁଗର ରାବଣ’ ଭାବେ ଦର୍ଶାଯାଇଥିଲା। କଂଗ୍ରେସ ଏହାର କଟୁ ସମାଲୋଚନା କରିବା ସହ ବିଜେପି ରାହୁଲ ଗାନ୍ଧିଙ୍କ ବିରୋଧରେ ହିଂସାକୁ ପ୍ରୋତ୍ସାହିତ କରିବା ସହ ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ବୋଲି ଅଭିଯୋଗ କରିଥିଲା। କଂଗ୍ରେସ ମଧ୍ୟ ଏହାର ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଦାନୀଙ୍କ ସଖୀ କଣ୍ଢେଇ ଦର୍ଶାଇ ଏକ ପୋଷ୍ଟର ଟ୍ୱିଟ୍ କରିଛି |





More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..