Report Card Odisha

| Daily Odia News

ବିମାନ ଦୁର୍ଘଟଣା,୨ ଭାରତୀୟ ପାଇଲଟ୍‌ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାନାଡାର ବ୍ରିଟିସ୍‌ କଲମ୍ବିଆ ପ୍ରଦେଶରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି | ଦୁର୍ଘଟଣାରେ୨ଜଣ ଭାରତୀୟ ‌‘ଟ୍ରେନି ପାଇଲଟ୍‌’ଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମୃତ ତାଲିମ୍‌ ନେଉଥିବା ପାଇଲଟ୍‌ ମାନେ ହେଉଛନ୍ତି ମୁମ୍ବାଇର ଅଭୟ ଗଡ୍ରୂ ଓ ଯଶବିଜୟ ରାମୁଗଡ଼େ। କାନାଡୀୟ ପୋଲିସ ଅଧିକାରୀମାନେ କହିଛନ୍ତି, ୨ ଇଞ୍ଜିନ୍‌ବିଶିଷ୍ଟ ହାଲୁକା ବିମାନ ‘ପାଇପର୍‌ ପିଏ-୩୪ ସନିକା’ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିୱାକ୍‌ ନଗରୀରେ ଥିବା ଗୋଟାଏ ‘ମୋଟେଲ୍‌’ (ପଥପାର୍ଶ୍ବ ଭୋଜନାଳୟ) ପଛପଟେ ଥିବା ଗଛବୃଚ୍ଛଭରା ଅରମା ମଧ୍ୟକୁ ଖସିପଡ଼ିଛି। ଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Breaking News