Report Card Odisha

| Daily Odia News

ଦିନ ଜନଙ୍କର ବନ୍ଧୁ ଗୋପବନ୍ଧୁ……

ରିପୋର୍ଟ କାର୍ଡ / ଭୁବନେଶ୍ବର

୧୮୭୭ ମସିହା ଅକ୍ଟୋବର ୯ ତାରିଖର ଅର୍ଥାତ ଆଜିର ଦିନରେ ଜନ୍ମ ନେଇଥିଲେ ଉତ୍କଳର ଯୋଗଜନ୍ମା ଦରିଦ୍ରର ବନ୍ଧୁ ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ। ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ପିତା ଦୈତ୍ୟାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳମଣ୍ଡନ କରି ଜନ୍ମ ନେଇଥିଲେ ଦିନ ଜନଙ୍କର ବନ୍ଧୁ ଗୋପବନ୍ଧୁ | ବନ୍ୟା, ଦୁର୍ଭିକ୍ଷ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିବା ଓଡ଼ିଶାବାସୀଙ୍କ ପାଇଁ ରାହା ବନିଥି ସେ | ଏହି ମହାନ ଦେଶଭକ୍ତ, ଭାଷାପ୍ରେମୀଙ୍କ ଆବିର୍ଭାବ ସତେ ଯେପରି ପରାଧୀନ ଉତ୍କଳରେ ଆଣିଥିଲା ସୂ​‌େ​‌ର୍ଯ୍ୟାଦୟର ଆଭା। ସେ ଜନ୍ମରୁ ଦୁର୍ବଳ ଥିଲେ। ପୁତ୍ର ଜନ୍ମ ଦେବା ପରେ ସ୍ବର୍ଣ୍ଣମୟୀ ଦେବୀ ଙ୍କର ବିୟୋଗ ହୋଇଥିଲା | ଅନାଥ ଗୋପବନ୍ଧୁଙ୍କୁ ନିଜ କୋଳକୁ ଉଠାଇ ନେଇ ବଞ୍ଚାଇଲେ ପିଉସୀ କମଳା ଦେବୀ। ପରେପରେ କୈ​‌େ​‌ଶାରରେ ତାଙ୍କ ପିତା ଦୈତ୍ୟାରୀଙ୍କ ପରଲୋକ ଘଟିଥିଲା। ପରେ ଭାଇ ନାରାୟଣଙ୍କର ପରଲୋକ, ତରୁଣ ବୟସରେ ଏକମାତ୍ର ପୁତ୍ର ଓ ପତ୍ନୀଙ୍କ ବିୟୋଗ ଭଳି ଦାରୁଣ ଦୁଃଖ ତାଙ୍କୁ ସହିବାକୁ ପଡ଼ିଥିଲା। ଜୀବନର ସବୁକିଛି ଅର୍ପଣ କରିଥିଲେ। ସେବା ହିଁ ଥିଲା ତାଙ୍କ ଧର୍ମ ଓ କର୍ମ | ପରାଧୀନତାରୁ ମୁକ୍ତି ପାଇଁ ସଂଗ୍ରାମ ଓ ସମାଜର ବିକାଶ। ଦୁର୍ଗତକୁ ଦେଖିଲେ ତାଙ୍କ ଆଖିରୁ ଝରୁଥିଲା ଅବାରିତ ଲୁହ । ସେ ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିବାବେଳେ ହଇଜା ଲାଗି ଶହଶହ ଲୋକ ମୃତ୍ୟୁବରଣ କରି ଏଣେତେଣେ ରାସ୍ତାକଡ଼ରେ ପଡ଼ିଥିବା ଓ ହଜାରହଜାର ଲୋକ ଆକ୍ରାନ୍ତ ହେବା ଦେଖିଥିଲେ। ମୃତ ବ୍ୟକ୍ତିଙ୍କ ଶବ ଏଣେତେଣେ ପଡ଼ି ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ୁଥିଲା। ସେ ସମୟରେ ‘ପୁରୀ ସେବା ସମିତି’ ଗଠନ କରି ନିଜେ କେତେଜଣ ​‌େ​‌ସ୍ବଚ୍ଛାସେବୀଙ୍କ ସହ ପ୍ରାୟ ୧୭ ଦିନ କାଳ ସବୁ ଶବ ପୋଡ଼ିବା ଥିଲା ତାଙ୍କ ସେବା କାର୍ଯ୍ୟର ଏକ ବିରଳ ଚିତ୍ର। ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଗାନ୍ଧିଜୀଙ୍କର ଗୋପବନ୍ଧୁଙ୍କୁ ଉଚ୍ଚ ପ୍ରଶଂସା, ଜେଲ ଜୀବନ, ଆଇନ ବିଶାରଦ ଭାବେ ସେବା କାର୍ଯ୍ୟ ସର୍ବୋପରି କଲକାତାର ନିଷ୍ପେଷିତ ଓଡ଼ିଆଙ୍କ ବସ୍ତିରେ ନିଜର ଅସୁସ୍ଥତା ସତ୍ତ୍ବେ ୩ ଦିନ ରହି ନିଜ ଜୀବନକୁ ବିପନ୍ନ କରି ଜ୍ବରରେ ପୀଡ଼ିତ ହୋଇ ଅସମୟରେ ଅକାଳରେ ମୃତ୍ୟୁ ହିଁ ତାଙ୍କର ‘ସେବା ଆଗ, ଅନ୍ୟ ସବୁ ପଛ’ ନୀତିକୁ ସୂଚାଇଥାଏ। ୧୯୨୩ରେ ହଜାରିବାଗ ଜେଲରେ ରହି ୧୯୨୪ ଜୁନ ୨୬ ତାରିଖରେ ଗୋପବନ୍ଧୁ ମୁକୁଳିଥିଲେ | କଟକଠାରେ ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ ସମ୍ମିଳନୀରେ ପ୍ରସିଦ୍ଧ ନେତା ଓ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ସଭାକୁ ପାଛୋଟି ନେଇ ଭାଷଣ ଆରମ୍ଭରୁ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ବୋଲି ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ କୃତାର୍ଥ କରିଥିଲେ। ଲୋକଙ୍କୁ ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ଜଣାଇବା ସହ ଇଂରେଜ ସରକାରଙ୍କୁ ଲୋକଙ୍କ ଅବସ୍ଥା ସମ୍ପର୍କରେ ସଚେତନ କରାଇବାକୁ ସମାଜ ସମ୍ବାଦପତ୍ର ପ୍ରକାଶନ ସହ ସତ୍ୟବାଦୀରେ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୨୮ ମସିହା ଜୁନ ୧୭ ତାରିଖରେ ସବୁଦିନ ପାଇଁ ମଣି ରତ୍ନ ହଜିଗଲେ | ତାଙ୍କର ବିୟୋଗ ହୋଇଗଲା ସିନା ସେ ସବୁଦିନ ପାଇଁ ‘ଉତ୍କଳମଣି’ ହୋଇ ରହିଗଲେ ଉତ୍କଳ ମଣି ଗୋପବନ୍ଧୁ ଦାସ | ସ୍ୱତନ୍ତ୍ର ଓଡିଶା ଗଠନ, ଭାଷା ସାହିତ୍ୟକୁ ଅଗ୍ରଗତି କରିବା, ସେବା କ୍ଷେତ୍ର ଭଳି ଅନେକ  ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟରେ ତାଙ୍କର ଅବଦାନ ଅତୁଳନୀୟ | ସମଗ୍ର ଓଡ଼ିଆ ଜାତି ନତମସ୍ତକ | ତାଙ୍କ ଆଦର୍ଶରେ ଅନୁପ୍ରାଣିତ | ଆଜି ସେହି ଉତ୍କଳମଣି ଯୋଗଜନ୍ମା ଙ୍କ ଜନ୍ମ ଜୟନ୍ତୀରେ ସତ ସତ ପ୍ରଣାମ |

 

Breaking News