Report Card Odisha

| Daily Odia News

ଗାଜାରେ ଖାଦ୍ୟ-ପାଣି-ବିଜୁଳି ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଶତାଧିକ ହମାସ ଆତଙ୍କବାଦୀ ଇସ୍ରାଏଲ ଭିତ‌ରେ ରହି ଆକ୍ରମଣ ଚଳାଇଥିବା ବେଳେ ଇସ୍ରାଏଲ ଘୋଷଣା କରିଛି ‌େଯ ଗାଜାରୁ ହମାସକୁ ମୂଳପୋଛ କରବିା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ। ଗାଜାକୁ ଇସ୍ରାଏଲୀ ସେନା ଘେରି ରହିବା ସହିତ ଖାଦ୍ୟ, ପାଣି, ବିଜୁଳି ଓ ଗ୍ୟାସ୍‌ ‌ଯୋଗାଣ ବନ୍ଦ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଏହି ଅଞ୍ଚଳର ମାନଚିତ୍ର ବଦଳାଇଦେବ। ତୃତୀୟ ଦିନରେ ମଧ୍ୟ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ ଜାରି ରଖିଛନ୍ତି। ସେମାନେ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ମୁଣ୍ଡଜାମିନ କରି ରଖିବା ସହିତ ହତ୍ୟା କରିବାକୁ ଧମକ ଦେଉଛନ୍ତି। ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପ ଉପରେ ପାଲଟା ଆକ୍ରମଣ କରି ହମାସର ଆଡ୍ଡାଗୁଡ଼ିକୁ ଧ୍ବଂସସ୍ତୂପରେ ପରିଣତ କରୁଛି। ଇସ୍ରାଏଲର ପ୍ରତିରକ୍ଷା ବିଭାଗ ଆଜି ଗାଜାକୁ ସଂପୂର୍ଣ୍ଣ ଘେରାବନ୍ଦୀ କରିବା ପାଇଁ ନି‌ର୍ଦ୍ଦେଶ ଦେଇଛି। ପୂର୍ବରୁ ଗାଜାକୁ ସଂପୂର୍ଣ୍ଣ ବିଜୁଳି ଯୋଗାଣ ବନ୍ଦ କରିଥିବା ଇସ୍ରାଏଲ ଏବେ ଏଠାକୁ ଖାଦ୍ୟ, ପାଣି ଏବଂ ଇନ୍ଧନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି। ସଂପୂର୍ଣ୍ଣ ଘେରାବନ୍ଦୀ ଫଳରେ ଗାଜାକୁ ଆଉ ବିଜୁଳି, ଖାଦ୍ୟ ଏବଂ ଇନ୍ଧନ ଯୋଗାଣ ହେବନାହିଁ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗାଲାଣ୍ଟ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଜାତିସଂଘ ମହାସଚିବ ଚିନ୍ତା ପ୍ରକଟ କରିଛନ୍ତି। ହମାସ ଆକ୍ରମଣକୁ ନିନ୍ଦା କରିବା ସହିତ ସେ କହିଛନ୍ତି ଯେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇପାରେ। ୨୦୦୭ ମସିହାରେ ପାଲେଷ୍ଟେନୀୟ ଶକ୍ତିଙ୍କ ଠାରୁ ହମାସ କ୍ଷମତା ଦଖଲ କରିବା ପରଠାରୁ ଗାଜା ଉପରେ ଇସ୍ରାଏଲ ଏବଂ ଇଜିପ୍ଟ ବିଭିନ୍ନ ପ୍ରକାର କଟକଣା ଲଗାଇଛନ୍ତି। ଇତିମଧ୍ୟରେ ମିଳିଥିବା ଖବର ଅନୁଯାୟୀ ହମାସ ଏବଂ ଇସ୍ରାଏଲୀ ସେନା ମଧ୍ୟରେ ସଂଘର୍ଷ‌ ଯୋଗୁ ଉଭୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। କେବଳ ଇସ୍ରାଏଲରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୪୪ ଜଣ ସୈନିକ ରହିଛନ୍ତି। ସେହିଭଳି ଗାଜାରେ ୬୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦୦ ଆତଙ୍କବାଦୀ ରହିଛନ୍ତି।

Breaking News