ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବକ୍ସରର ଯେଉଁ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ NDRF , SDRF , ଜିଲ୍ଲା ପ୍ରଶାସନ, ରେଲୱେ ଅଧିକାରୀ, ସ୍ଥାନୀୟ ଲୋକେ ନିୟୋଜିତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବ ପରେ ତୁରନ୍ତ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଓ ଚିକିତ୍ସକଙ୍କୁ ଦୁର୍ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା। ସେଠାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ଥାନାନ୍ତର କରାଯାଇଛି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..