Report Card Odisha

| Daily Odia News

ସମୀର ଦାଶଙ୍କ ବିରୋଧରେ ଦଳୀୟ ନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଦଳୀୟ ନେତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୁଦ୍ଧରେ ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ସଙ୍ଗୀନ ଅଭିଯୋଗ ଆଣିବା ସହ ଥାନାରେ ଏଫଆଇଆର ରୁଜୁ ହୋଇଛି । ସମୀର ଦାଶ ଜଣେ ଚରିତ୍ରହୀନ ଓ ତାଙ୍କ ସହ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ଶ୍ରୀମତୀ ନାୟକ ସଙ୍ଗୀନ ଅଭିଯୋଗ କରିଛନ୍ତି । ନିମାପଡ଼ା ବିଧାନସଭା ମଣ୍ଡଳୀରୁ ଟିକେଟ୍ ଆଶାୟୀ ଜ୍ୟୋସ୍ନାରାଣୀ ଚଳିତମାସ ୨ତାରିଖରୁ ନିମାପଡ଼ା ଅଂଚଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା କରୁଛନ୍ତି । ଯାହାକୁ ସମୀର ଦାଶ ସହଜରେ ହଜମ କରିପାରିନାହାନ୍ତି । ଆଉ ସମୀର ଦାଶ ନିଜ ଗୁଣ୍ଡାମାନଙ୍କ ମାଧ୍ୟମରେ ଧମକଚମକ ଦେଇ ମରଣାନ୍ତକ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି । ସମୀର ଦାଶଙ୍କ ଇଙ୍ଗିତରେ ତାଙ୍କ ଲୋକମାନେ ଦୁଇଦୁଇ ଥର ମରଣାନ୍ତକ ଆକ୍ରମଣ କରିଥିଲେ | ଏନେଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।

Breaking News