Report Card Odisha

| Daily Odia News

ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ ଆୟୋଗ ନିକଟରେ ଫେରାଦ ହେଲା ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ବିଜେପି ଶୁକ୍ରବାର ନିର୍ବାଚନ ଆୟୋଗ ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ପ୍ରିୟଙ୍କା ନିର୍ବାଚନ ଆଚରଣ ସଂହିତା ଉଲ୍ଲଘଂନ କରିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ନିର୍ବାଚନ କମିଶନରଙ୍କ ନିକଟରେ ଗୁହାରି କରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଣ୍ଡଳାରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ଆଚାର ସଂହିତା ଉଲ୍ଳଘଂନ ହେଉଥିବା ବିଜେପି ଅଭିଯୋଗ କରିଛି। ଗତ ୧୨ ତାରିଖରେ ମଣ୍ଡଳା ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରିୟଙ୍କା ଗାନ୍ଧି ସରକାରୀ ସ୍କୁଲର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଘୋଷଣା କରିଥିଲେ। ଏପରିକି ପ୍ରତି ଛାତ୍ରଙ୍କୁ ମାସକୁ ୫ଶହରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଘୋଷଣା କରିଥିଲେ । ଏଥିସହ ସେ ଏହି ଯୋଜନାରେ ରାଜ୍ୟର ଛାତ୍ରଙ୍କ ପାଇଁ ୬୪୮.୮୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏନେଇ ବିଜେପିର ପଙ୍କଜ ବାଧବାନୀ ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମତଦାନକୁ ପ୍ରଭାବିତ କରିବା ନିମନ୍ତେ ପ୍ରିୟଙ୍କା ଗାନ୍ଧି ଲୋଭନୀୟ ଅଫର ଘୋଷଣା କରୁଛନ୍ତି। ଏହାକୁ ବିଜେପି ତୀବ୍ର ବିରୋଧ କରୁଛି।

Breaking News