ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଶନିବାର ଏହି ହେଲିକପ୍ଟର ଦୁର୍ଘଟଣା ଘଟିଛି। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜଗନ୍ନାଥ ନିରୁଲା କହିଛନ୍ତି ଯେ, ୯ଏନ୍ ଏଏନ୍ଜି ହେଲିକପ୍ଟର ଉତ୍ତର-ପୂର୍ବ ନେପାଳର ଲେବୁଚେରେ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇଥିଲା। ଏବଂ ଏଥିରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନଙ୍କୁ ଆଣିବା ପାଇଁ ହେଲିକପ୍ଟର ସକାଳ ୭.୧୩ରେ ଲୁକଲା ଠାରୁ ସୋଲୁଖମ୍ବୁ ଅଭିମୁଖେ ଉଡାଣ ଭରିଥିଲା। ଏହି ଦୁର୍ଘଟଣାରେ ବିମାନରେ ଏକୁଟିଆ ଥିବା କ୍ୟାପଟେନ ପ୍ରକାଶ କୁମାର ସେଧାଇ ଗୁରୁତର ଆହତ ହୋଇଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..