ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହମାସ୍ ଆକ୍ରମଣରୁ ଜୀବନ ବଞ୍ଚାଇବାକୁ ୩୦ ମିନିଟ୍ ମଲା ଭଳି ପଡ଼ି ରହିଥିଲେ ଜଣେ ୧୬ ବର୍ଷିୟ ଇସ୍ରାଏଲୀୟ-ଆମେରିକୀୟ ବାଳକ | ଏକଥା ସେ ‘ଏବିସି ନିଉଜ୍’କୁ କହିଛନ୍ତି। ଭୟବହ ଘଟଣା ସ୍ମରଣ କରି ବାଳକ ରୋଟେମ୍ ମାଥିଆସ୍ କହିଛନ୍ତି, ଗାଜା ସୀମାନ୍ତବର୍ତ୍ତୀ ଦକ୍ଷିଣାଞ୍ଚଳ ଇସ୍ରାଏଲ୍ରେ ହମାସ୍ର ଆକସ୍ମିକ ଆକ୍ରମଣକାଳୀନ ଗୁଳି ମାଡ଼ରୁ ରକ୍ଷା କରିବା ପାଇଁ ବାପାମାଆ ତାଙ୍କୁ କୋଳରେ ଜାବୁଡ଼ି ଧରିଥିଲେ। ଶେଷରେ ବାପା କହିଲେ ଯେ, ତାଙ୍କର ଗୋଟାଏ ହାତ ଛିଡ଼ି ଗଲା। ତା’ପରେ ମାଆ ମୋ ଉପରେ ମରି ଶୋଇଗଲା। ଦୁଃଖର କଥା ଆଉ ମାତ୍ର ୧ ମିନିଟ୍ ସମୟ ପାଇଥିଲେ ସେମାନେ ନିରାପଦ ଆଶ୍ରୟସ୍ଥଳରେ ପହଞ୍ଚି ପାରିଥାଆନ୍ତେ। ତା’ପରେ ମୁଁ ନିଶ୍ବାସ ବନ୍ଦ କରି ଭୂଇଁରେ ପଡ଼ିରହିଲି। ପାଟି ବି ଖୋଲିଲି ନାହିଁ। ପ୍ରକୃତରେ ମୁଁ କୌଣସି ଈଶ୍ବରବିଶ୍ବାସୀ ନୁହେଁ। ସେଦିନ କିନ୍ତୁ, ଯେକୌଣସି ଜଣେ ଈଶ୍ବରଙ୍କୁ ପ୍ରାର୍ଥନା କଲି। ଖାଲି ଏତିକି ପ୍ରାର୍ଥନା କରୁଥିଲି ଯେ, ସେମାନେ ମତେ ନ ଦେଖି ପାରନ୍ତୁ। ତାଙ୍କ ଘରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଦୃଷ୍ଟିରୁ ବର୍ତ୍ତିବା ପାଇଁ ମାଥିଆସ୍ଙ୍କୁ ପ୍ରାୟ ୩୦ ମିନିଟ୍କାଳ ମଲା ପରି ପଡ଼ିରହିବାକୁ ପଡ଼ିଲା। ପରେ ଇସ୍ରାଏଲ୍ର ପ୍ରତିରକ୍ଷା ବଳ ତାଙ୍କୁ ଉଦ୍ଧାର କଲା।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..