ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି | ଏହି କାରଣରୁ ସାରା ରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଦୁର୍ଗା ପୂଜାରେ ଯାତ୍ରୀମାନେ ଯାଆସ କରିବାରେ ଅନେକ ସମସ୍ୟା ସୃଷ୍ଟି କରିବ | ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ। କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି। ବସ୍ ଧର୍ମଘଟ ହେତୁ ବହୁ ଲୋକ ନିଜ ସୁବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍କୁ ସାମିଲ୍ କରିବା ସହ ମୋ ବସ୍କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ କହିଛି।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..