Report Card Odisha

| Daily Odia News

ଭାରତରୁ କୂଟନୀତିଜ୍ଞ ପ୍ରତ୍ୟାହାର କକଲା କାନାଡା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାନାଡାରେ ଜଣେ ଶିଖ୍‌ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ତିକ୍ତ ହେବା ପରଠାରୁ ଭାରତରୁ ୪୧ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଥିବା କାନାଡା କହିଛି। କାନାଡାର ବୈଦେଶିକ ମନ୍ତ୍ରୀ ମିଲେନି ଜଲି କହିଛନ୍ତି, ୨୧ଜଣଙ୍କୁ ଛାଡ଼ି ବାକି କୂଟନୀତିଜ୍ଞମାନଙ୍କୁ ଶୁକ୍ରବାର ସୁଦ୍ଧା ପ୍ରତ୍ୟାହାର ନ କଲେ ସେମାନେ କୂଟନୈତିକ ସୁବିଧାସୁଯୋଗରୁ ବଞ୍ଚିତ ହେବେ ବୋଲି ଭାରତ ଏକତରଫା ‌ଭାବେ ଧମକ ଦେଇଥିଲା। ଏଭଳି ପଦକ୍ଷେପ ଅଯୌକ୍ତିକ ଓ ଅଭୂତପୂର୍ବ ଏବଂ ଏହା କୂଟନୈତିକ ସମ୍ପର୍କ ସଂକ୍ରାନ୍ତ ‘ଭିଏନା କନ୍‌ଭେନ୍‌ସନ୍‌’ର ସ୍ପଷ୍ଟ ଉଲ୍ଲଂଘନ। କିନ୍ତୁ, ଅଟାୱା ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରିବ ନାହିଁ। ଆମେ ସେମାନଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଛୁ। ଅର୍ଥାତ୍‌ ଆମ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରବର୍ଗ ଭାରତ ଛାଡ଼ି ଚାଲି ଆସିଛନ୍ତି ବୋଲି ସେ କହିଛନ୍ତି। କାନାଡାର ବୈଦେଶିକ ମନ୍ତ୍ରାଳୟ ‘ଗ୍ଲୋବାଲ୍‌ ଆଫାୟାର୍ସ କାନାଡା’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ସମ୍ପ୍ରତି ବହିଷ୍କାର କରୁଥିବା ପ୍ରତ୍ୟେକ କାନଡୀୟ କୂଟନୀତିଜ୍ଞଙ୍କୁ ଭାରତ ଔପଚାରିକ ସ୍ବୀକୃତି ଦେଇଥିଲା। ଉଭୟ ଦେଶର ସ୍ବାର୍ଥ ରକ୍ଷାକରି ଉକ୍ତ କୂଟନୀତିଜ୍ଞମାନେ ସଚ୍ଚୋଟ ଓ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରୁଥିଲେ। ଭାରତରୁ କାନାଡୀୟ କୂଟନିତଜ୍ଞମାନଙ୍କୁ ହ୍ରାସ କରିବାର ଶେଷ ତାରିଖ ଥିଲା ଅକ୍ଟୋବର ୧୦। କିନ୍ତୁ, ଭାରତ ସହିତ ଅନୌପଚାରିକ ବୁଝାମଣା କରିବା ଭିତରେ ନିର୍ଦ୍ଧାରିତ ତାରିଖ ଅତିକ୍ରାନ୍ତ ହୋଇଯାଇଥିଲା। କିନ୍ତୁ, ବୁଝାମଣା ପାଇଁ ସେ ଆଲୋଚନା ବିଫଳ ହେଲା ବୋଲି କାନାଡାର ବୈଦେଶିକ ମନ୍ତ୍ରୀ କହିଛନ୍ତି।

Breaking News