ରିପୋର୍ଟ କାର୍ଡ / ଭୁବନେଶ୍ବର
ଖାରବେଳ ଭବନରେ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ଶେଷ ହୋଇଛି। ଏଥିରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକ ସରିବା ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ସଫଳ ହୋଇଛି। କୌଣସି ଧର୍ମଘଟ ହେବନି। ବସ୍ ଚଳାଚଳ ସ୍ବାଭାବିକ ରହିବ। ତାଙ୍କର ଦାବିଗୁଡ଼ିକୁ ଘରୋଇ ବସ୍ ମାଲିକ ସଂଘ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ। ସଂଘ ପକ୍ଷରୁ ଦିଆଯାଇଥିବା ଦାବିକୁ ବିଚାର କରିବ ପରିବହନ କମିଟି। ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ କରାଯିବ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍କୁ ସାମିଲ୍ କରିବା ସହ ମୋ ବସ୍କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ପୂର୍ବରୁ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ କହିଥିଲା। ଗତ ୧୭ ତାରିଖରେ ବସ୍ ଧର୍ମଘଟ ହେବାକୁ ଥିବାରୁ ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଅବଶ୍ୟ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ନିବେଦନକ୍ରମେ ଧର୍ମଘଟରୁ ଓହରିଥିଲା ବସ୍ ମାଲିକ ସଂଘ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..