Report Card Odisha

| Daily Odia News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୭ ମୃତ୍ୟୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ବୀଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ବସ୍‌‌ ଓଲଟି ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୨ ଜଣ ଲୋକେ ଆହତ ହୋଇଛନ୍ତି। ମୁମ୍ବଇରୁ ବୀଡ ଯାଉଥିବା ଏକ ଦ୍ରୁତ ଗତି ବସ୍‌‌ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ମିଳିଥିବା ସୂଚନାନୁଯାୟୀ, ବସ୍‌‌ଟି ଦ୍ରୁତ ଯାଉଥିବାରୁ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହି ପରି କର୍ଣ୍ଣାଟକର ଚିକ୍କବଲ୍ଲାପୁର ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜପଥରେ ଠିଆ ହୋଇଥିବା ଏକ ସିମେଣ୍ଟ ମିକ୍ସର୍‌‌ ଟ୍ରକ ସହିତ ଏକ କାର୍‌‌ ଧକ୍କା ହୋଇ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍‌‌ରେ ଥିବା ଯାତ୍ରୀମାନେ ବାଗେପଲ୍ଲୀରୁ ବେଙ୍ଗାଲୁରୁ ଆଡକୁ ଯାଉଥିବା ସମୟରେ ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାତ୍ରୀମାନେ ଆନ୍ଧ୍ରପ୍ରଦେଶର ପେଙ୍କୋଣ୍ଡା ଜିଲାରୁ ଆସିଥିଲେ ବୋଲି ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Breaking News