Report Card Odisha

| Daily Odia News

‘୬ଜି’ରେ ଭାରତ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଚାଲିଥିବା ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ରେ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଆମେ କେବଳ ‘୫ଜି’ ସମ୍ପ୍ରସାରଣ ପାଇଁ ଉଦ୍ୟମ କରୁନାହୁଁ, ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ନେତୃତ୍ବ ନେବା ଦିଗରେ ଅଗ୍ରସର ହେଉଛୁ। ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘୨ଜି ସ୍ପେକ୍ଟ୍ରମ୍‌ ଦୁର୍ନୀତି’ ଲାଗି ‘ଉପା’ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଉପା’ ସରକାର ଅମଳରେ ‘୨ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ’ ସମୟରେ ଯାହା ହେଲା, ସେକଥା ସମସ୍ତେ ଜାଣନ୍ତି। ଆମ ସରକାର ସମୟରେ ‘୪ଜି’ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ, ଆମ ଉପରେ ‌କୌଣସି ଦୋଷାରୋପ ହୋଇନାହିଁ। ମୁଁ ସୁନିଶ୍ଚିତ ଯେ, ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ଭାରତ ବିଶ୍ବର ନେତୃତ୍ବ ନେବ। ସୂଚନାଯୋଗ୍ୟ, ପ୍ରଗତି ମୈଦାନରେ ନବନିର୍ମିତ ଭାରତ ମଣ୍ଡପମ୍‌ରେ ଆଜି ପ୍ରଧାନମନ୍ତ୍ରୀ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ର ୭ମ ସଂସ୍କରଣ ଉଦ୍‌ଘାଟନ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ୭ମ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି ଏସିଆର ବୃହତ୍ତମ ଟେଲିକମ୍‌, ମିଡିଆ ଓ ଟେକ୍ନୋଲୋଜି ଫୋରମ୍‌।

Breaking News