ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ୬୮ ବର୍ଷିୟ ଲି କେକ୍ବିଆଙ୍ଗ୍ଙ୍କର ଦେହାନ୍ତ ଘଟିଛି | ଆଜି ଆକସ୍ମିକ ହୃଦ୍ଘାତରେ ଲି କେକ୍ବିଆଙ୍ଗ୍ଙ୍କର ମୃତ୍ୟୁ ହୋଇଛି | ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଚାଇନା ସେଣ୍ଟ୍ରାଲ୍ ଟେଲିଭିଜନ୍’ ରିପୋର୍ଟ କରିଛି। ‘ସିସିଟିଭି’ କହିଛି, ସମ୍ପ୍ରତି ସାଙ୍ଘାଇରେ ରହୁଥିବା କମ୍ରେଡ୍ ଲି କେକ୍ବିଆଙ୍ଗ୍ ଅକ୍ଟୋବର ୨୬ ତାରିଖ ଦିନ ହଠାତ୍ ହୃଦ୍ଘାତର ସରବ୍ୟ ହୋଇଥିଲେ। ତାଙ୍କୁ ବଞ୍ଚାଇବାର ସମସ୍ତ ଉଦ୍ୟମ ବୃଥା ହେଲା। ରାତି ୧୨.୧୦ ମିନିଟ୍ରେ ସାଙ୍ଘାଇରେ ତାଙ୍କର ମୃତ୍ୟୁ ଘଟିଲା। ପରେ ତାଙ୍କ ମୃତ୍ୟୁ ସଂକ୍ରାନ୍ତ ବିବରଣୀ ବା ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ‘ସିସିଟିଭି’ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି। ଉଲ୍ଲେଖଯୋଗ୍ୟ, ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଶାସନକାଳରେ ଦେଶର ଦ୍ବିତୀୟ ନେତା ଭାବେ ଲି କେକ୍ବିଆଙ୍ଗ୍ ୨୦୧୩ରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୨୩ ମାର୍ଚ ମାସରେ ସେ ଅବସର ଗ୍ରହଣ କରିବା ପରେ ଲି କ୍ବିଆଙ୍ଗ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..