ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳରେ କାଲାମସେରିସ୍ଥିତ ଏକ କନ୍ଭେନସନ ସେଣ୍ଟରରେ ବିସ୍ଫୋରଣ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିଭଳି ପାର୍ବଣ ଋତୁ, କ୍ରିକେଟ ମ୍ୟାଚ ଏବଂ କେରଳ ବିସ୍ଫୋରଣ ପରିପ୍ରେକ୍ଷୀରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି। ହମାସ୍-ଇସ୍ରାଏଲ ଯୁଦ୍ଧ ପରିପ୍ରେକ୍ଷୀରେ ମୁମ୍ବାଇର ଇହୁଦୀ କେନ୍ଦ୍ର ଚାବାଦ ହାଉସରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍ ଗୁଇନ୍ଦା ଏଜେନ୍ସିଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ରହିବା ସହିତ ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ସୂଚନା ସଂଗ୍ରହ କରୁଛି। ଗହଳି ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..