Report Card Odisha

| Daily Odia News

ଆନ୍ଧ୍ର ରେଳ ଦୁର୍ଘଟଣା:ସହାୟତା ଘୋଷଣା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ର ପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଭୟଙ୍କର ରେଳ ଦୁର୍ଘଟଣାରେ ମୃତାହତଙ୍କ ନେଇ ରେଳବାଇ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି। ରେଳ ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ସେହିପରି ଗୁରୁତର ଆହତଙ୍କ ପାଇଁ ଅଢେଇ ଲକ୍ଷ ଏବଂ ସାମନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି। ଘଟଣାସ୍ଥଳରେ ହିଁ ନଗଦ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅନ୍ୟ ପକ୍ଷରେ ସମସ୍ତ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

Breaking News