ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀନଗରର ଇଦ୍ଗା ମସଜିଦ ପଡ଼ିଆରେ ସ୍ଥାନୀୟ ପିଲାଙ୍କ ସହିତ କ୍ରିକେଟ ଖେଳିବା ସମୟରେ ଆତଙ୍କବାଦୀମାନେ ମସରୁର୍ ଅହମଦ ୱାନି ନାମକ ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ ଗୁଳି କରିଥିଲେ | ଅହମଦଙ୍କକୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ଜଣକ ଏକ ପିସ୍ତଲରୁ ଗୁଳିମାଡ଼ କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯିବା ସହିତ ଏକ ମାମଲା ରୁଜୁ ହୋଇଛି ବୋଲି କାଶ୍ମୀର ଜୋନ୍ ପୁଲିସ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛି। ପୋଲିସର ସୂଚନା ଅନୁଯାୟୀ, ଲସ୍କର ସମର୍ଥିତ ଦ ରେଜିଷ୍ଟାନ୍ସ ଫୋର୍ସ (ଟିଆର୍ଏଫ୍) ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଆକ୍ରମଣକାରୀଙ୍କ ସଂପର୍କରେ ଅଧିକ ସୂଚନା ପାଇବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ଗୁଡ଼ିକୁ ଯାଞ୍ଚ କରାଯାଉଛି। ମୋମିନ ଏବଂ ବସିତ୍ ଦର୍ ନାମକ ଲସ୍କରର ଦୁଇଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ସକ୍ରିୟ ଥିବା ପୋଲିସ କହିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..