ରିପୋର୍ଟ କାର୍ଡ / ଭୁବନେଶ୍ବର
ଆନ୍ଧ୍ର ପ୍ରଦେଶରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତି ସ୍ୱାଭାବିକ ପାଇଁ ପୁଣି ୫ଟି ଟ୍ରେନ୍ ବାତିଲ୍ କରାଯାଇଥିବା ନେଇ ସୂଚନା ମିଳିଛି। ଲିଙ୍କ୍ ରେକ୍ ଓ ଟାଇମ୍ ଆଡଜଷ୍ଟ ପାଇଁ ୫ଟି ଟ୍ରେନ୍ ବାତିଲ୍ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁମ୍ବଇରୁ ଆଜି ଛାଡିବାକୁ ଥିବା କୋଣାର୍କ ଏକ୍ସପ୍ରେସ, ୨ ତାରିଖରେ ଭୁବନେଶ୍ୱର ଛାଡିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଛି। ଏହାସହ ଆଜି ସନ୍ତ୍ରାଗାଛି ଛାଡିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ, ଆଜି ସନ୍ତ୍ରାଗାଛି ଛାଡିବାକୁ ଥିବା ଚେନ୍ନାଇ ସୁପରଫାଷ୍ଟ, ଆଜି ହାୱଡାରୁ ଛାଡିବାକୁ ଥିବା ହାୱଡା-ବାଙ୍ଗାଲୋର ଏକ୍ସପ୍ରେସ ବାତିଲ୍ କରାଯାଇଛି।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..