Report Card Odisha

| Daily Odia News

ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ମାଲିକ ସଂଘ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆଜି ହେବାକୁଥିବା ୧୦ଟି ଜିଲ୍ଲାରେ ପ୍ରସ୍ତାବିତ ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରି ଯାଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ବସ ଚଳାଚଳ ସ୍ୱାଭାବିକ ରହିଛି ଏନେଇ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିବାରୁ ବସ୍ ଧର୍ମଘଟ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୧ରୁ ୧୦ଟି ଜିଲ୍ଲାରେ ବସ୍ ଧର୍ମଘଟ ହେବ ବୋଲି ଚେତାବନୀ ଦିଆଯାଇଥିଲା । ସରକାର ଯଦି ‘ଲକ୍ଷ୍ମୀ’ ଯୋଜନାରେ କଳାହାଣ୍ଡିର ବିଭିନ୍ନ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳ କରନ୍ତି ତା’ହେଲେ ଧର୍ମଘଟ କରାଯିବ ବୋଲି କହିଥିଲେ | ଏସଂକ୍ରାନ୍ତରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଆସନ୍ତା ୮ତାରିଖରେ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Breaking News