ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଇଓଡବ୍ଲୁ ଟିମ୍ର ତନାଘନା ଜାରିରହିଛି । ନୋଟ୍ ବଦଳାଇବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ପଚରାଉଚରା କରୁଛି ଟିମ୍ । ଲୋକଙ୍କୁ ଦୁଇ ଜଣିଆ ଇଓଡବ୍ଲୁ ଟିମ୍ ପଚରାଉଚରା କରୁଛନ୍ତି । ତେବେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଲୋକଙ୍କ ଭିଡ଼ ଲାଗିଛି । ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ୨ହଜାର ଟଙ୍କିଆ ବଦଳାଇବାକୁ ଲାଗିଥିଲା ଲମ୍ବା ଲାଇନ୍ । ନୋଟ୍ ବଦଳାଇବାକୁ ଧାଡ଼ିରେ ଠିଆ ହୋଇଥିବା ଅଧିକାଂଶ ଲୋକ ଦିନମଜୁରିଆ ବୋଲି ଜଣାପଡିଥିଲା । ସେମାନଙ୍କୁ ଅନ୍ୟ କେହି ଟଙ୍କା ଦେଇ ଧାଡ଼ିରେ ଠିଆ କରାଇଥିଲେ । ୧୦ଖଣ୍ଡ ୨ହଜାର ଟଙ୍କିଆ ନୋଟ୍ ଅର୍ଥାତ୍ ୨୦ହଜାର ଟଙ୍କା ବଦଳାଇଲେ ୩ଶହ ଟଙ୍କା ମଜୁରୀ ମିଳିବ ବୋଲି କହିଥିଲେ । ତେଣୁ ଏମାନେ କୁଲି ମଜୁରୀ କରିବାକୁ ଯିବା ବଦଳରେ ୨ହଜାର ଟଙ୍କିଆ ନୋଟ୍ ଧରି RBI ସାମ୍ନାରେ ଠିଆ ହୋଇଛନ୍ତି ।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..