ରିପୋର୍ଟ କାର୍ଡ / ଭୁବନେଶ୍ଵର
ଓଡ଼ିଆ ସିଙ୍ଗର ଦେବେସ ପତି ଗିରଫଙ୍କୁ ଲଭ ସେକ୍ସ ଧୋକା ଅଭିଯୋଗରେ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଟଙ୍କା ଲୁଟିବା ଅଭିଯୋଗରେ ଗାୟକ ଗିରଫ ହୋଇଛନ୍ତି । ଦେବେଶଙ୍କ ଘର ଯାଜପୁରରେ । ଗତ ବୁଧବାର ରାତିରେ ପୋଲିସ୍ ତାକୁ ଗିରଫ କରିଛି । ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରହି ମୈତ୍ରିବିହାରରେ ଥିବା ଏକ ଘରୋଇ କଲେଜରେ ଏମ୍ବିଏ ପଢ଼ୁଥିଲେ । ବନ୍ଧୁଙ୍କ ଜରିଆରେ ସିଙ୍ଗର ଟ୍ୟାଗ୍ ଯୁବତୀଙ୍କୁ ଦେବେଶଙ୍କ ପ୍ରତି ଆକର୍ଷିତ କରିଥିଲା । ଫୋନ ନମ୍ବର ଦିଆନିଆ, କିଛିଦିନର ଚାଟିଂ ପରେ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ଦେବେଶ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ହଠାତ୍ ଦିନେ ଯୁବତୀ ଜାଣିବାକୁ ପାଇଲେ ଦେବେଶ ଓଲିଉଡ୍ର ଜଣେ ଗାୟିକାଙ୍କୁ ଭଲ ପାଉଛନ୍ତି । ତେବେ ଏହା ଭିତରେ ଯୁବତୀ ଗର୍ଭବତୀ ହୋଇସାରିଥିଲେ । ଦେବେଶ ଏ ବିଷୟରେ ଜାଣିବା ପରେ ଗର୍ଭନଷ୍ଟ କରିବାକୁ କହିଥିଲେ । ହେଲେ ସେ ରାଜି ହୋଇ ନଥିଲେ । ଦେବେଶ ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ଯୁବତୀ । ଯୁବତୀ ବିବାହ ପାଇଁ ଜିଦ ଧରିବାରୁ ଦେବେଶ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଏହାପରେ ଯୁବତୀ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପୋଲିସ୍ ଏକ ମାମଲା (୧୦୩/୨୩) ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଗୁରୁବାର ଅଭିଯୁକ୍ତ ଦେବେଶଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି |






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..