ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ହେଉଛନ୍ତି ଦିଲ୍ଲୀବାସୀ। ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି ଉପରେ ପଡ଼ିଛି ଫାଇନ୍ । ଜରୁରୀ ସାମଗ୍ରୀ କାଟାଗୋରିରେ ଯାଉ ନ ଥିବା ଜିନିଷ ପରିବହନ କରୁଥିବା ପୁରୁଣା ଡିଜେଲ, ପେଟ୍ରୋଲ ବାଇକ୍ ଓ ଟ୍ରକ୍ ଉପରେ ଚାଲାଣ କଟିଛି। ଗାଡ଼ି ପିଛା ୨୦ ହଜାର ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି। ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣ ମାତ୍ରା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଭିନ୍ନ ଭିନ୍ନ ପଦକ୍ଷେପ ଉଠାଯାଉଛି। ଫଳରେ ବାହାର ରାଜ୍ୟର କେବଳ ସିଏନଜି, ଇଲେକ୍ଟ୍ରି, ବିଏସ୍-VI ବାହାନଙ୍କୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିଛି। ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ, କେବଳ ଆବଶ୍ୟକ ସେବାରେ ସମ୍ପୃକ୍ତ ଲୋକଙ୍କୁ ଯାତାୟତ ଅନୁମତି ଦିଆଯାଇଛି। ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ଆଦେଶ ଅନୁଯାୟୀ, ସବୁ ପ୍ରକାର ମଧ୍ୟମ ଓ ଭାରୀ ଯାନବାହନର ଚଳାଚଳ ଉପରେ ରୋକ ଲଗାଇ ଦିଆଯାଇ। ଗତ ୧୩ ତାରିଖରୁ ଦିଲ୍ଲୀରେ ଅଡ୍- ଇଭିନ ନମ୍ବର ଲାଗୁ ହୋଇଛି। ଦିଲ୍ଲୀକୁ ପ୍ରବେଶ କରିବାକୁ ୨୦ଟି ବର୍ଡର ଥିବା ବେଳେ ସବୁଠି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଦିଲ୍ଲୀରେ ୧୩ଟି ସ୍ଥାନରେ ପ୍ରଦୂଷଣ ମାତ୍ରା ସର୍ବାଧିକ ଥିବା ବେଳେ ସେଠାରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଥିବା ଦିଲ୍ଲୀ ପୋଲିସ କମିଶନର ସୂଚନା ଦେଇଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……