ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଚନ୍ଦକା ଥାନା ଅଞ୍ଚଳ ଗୋଠାପଟଣା ଛକ ନିକଟସ୍ଥ ଏକ ଜଳଖିଆ ଦୋକାନରେ। ମୃତ ମହିଳା ଜଣଙ୍କ ହେଲେ ସସ୍ମିତା ବେହେରା । ଗୋଠାପଟଣା ବଜାରରେ ସସ୍ମିତାଙ୍କ ସ୍ୱାମୀ ଜଳଖିଆ ଦୋକାନ କରିଥିଲେ। ଗତକାଲି ରାତିରେ ସସ୍ମିତାଙ୍କ ସ୍ୱାମୀ ପାଣି ଆଣିବାକୁ ନିକଟକୁ ଯାଇଥିଲେ।ସସ୍ମିତା ଦୋକାନରେ ଏକୁଟିଆ ଥିଲେ। ଏହି ସମୟରେ ସସ୍ମିତାଙ୍କୁ କେହି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। କେଉଁ କାରଣ ପାଇଁ ସସ୍ମିତାଙ୍କୁ ଦୁର୍ବୃତ୍ତମାନେ ଛୁରୀ ଭୁସି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସସ୍ମିତା ତାଙ୍କ ସ୍ୱାମୀ କ୍ରିଷ୍ନାପୁରୀ କଲୋନୀରେ ପରିବାର ସହ ରହୁଥିଲେ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..