Report Card Odisha

| Daily Odia News

ଶିଶୁ ଦିବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଆଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ | ନଭେମ୍ବର ୧୪ ତାରିଖକୁ ପ୍ରତିବର୍ଷ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ପଣ୍ଡିତ ଜବାହରଲାଲ ନେହେରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ଯେତେବେଳେ ବି ତାଙ୍କୁ ସମୟ ମିଳୁଥିଲା ସେ ପିଲାଙ୍କ ସହ ସମୟ ବିତାଉଥିଲେ। ସେଥିପାଇଁ ପିଲାମାନେ ନେହେରୁଙ୍କୁ ସ୍ନେହରେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ। ତେଣୁ ୧୯୬୪ ମସିହାରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି। ଶିଶୁ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ଆବଶ୍ୟକତାକୁ ଚିହ୍ନିବା, ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ଶୋଷଣକୁ ବନ୍ଦ କରିବା ଏବଂ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପ୍ରୟାସ କରିବା। ୧୯୬୪ ମସିହାରେ ନେହରୁଙ୍କ ମୃତ୍ୟୁ ପୂର୍ବରୁ ନଭେମ୍ବର ୨୦ ତାରିଖକୁ ଶିଶୁ ଦିବସ ପାଳନ କରାଯାଉଥିଲା। କିନ୍ତୁ ନେହରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମ ଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ। ଜବାହରଲାଲ ନେହରୁ ବିଶ୍ୱାସ କରୁଥିଲେ ଯେ ପିଲାମାନେ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ତେଣୁ ସେମାନଙ୍କୁ ଶିକ୍ଷାର ଅଧିକାର ପ୍ରଦାନ କରାଯିବା ଉଚିତ। ପଣ୍ଡିତ ନେହେରୁ ଏକଦା କହିଥିଲେ, ”ଆଜିର ଶିଶୁ ଆସନ୍ତାକାଲିର ଭାରତ ନିର୍ମାଣ କରିବେ। ଆମେ ଯେଉଁଭଳି ଭାବେ ସେମାନଙ୍କୁ ଗଢ଼ିବୁ ତାହା ହିଁ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ।”

Breaking News