ରିପୋର୍ଟ କାର୍ଡ / କଟକ
ନିଖୋଜ ହେବାର ୪ ଦିନ ପରେ ଉଦ୍ଧାର ହୋଇଛି ଦଶମ ଛାତ୍ରଙ୍କ ମୃତଦେହ। କଟକ କାଠଯୋଡ଼ି ନଦୀ ପଠାରେ ଛାତ୍ରଙ୍କ ମୃତଦେହ ପଡ଼ିଥିବା ବେଳେ ନିକଟରୁ ତାଙ୍କ ସାଇକେଲ, ଚପଲ ବି ମିଳିଛି। ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହଟି ନିଖୋଜ ଛାତ୍ରଙ୍କର ବୋଲି ଜଣାପଡ଼ିଥିବା ବେଳେ ତାହାକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଛାତ୍ରଜଣକଙ୍କ ଘର କଲ୍ୟାଣନଗରରେ ହୋଇଥିବା ବେଳେ ସେ ଦରଘାପାଟଣାର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତ ଶୁକ୍ରବାରଠୁ ସେ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ମଧୁପାଟଣା ଥାନାରେ ଅଭିଯୋଗ କରି ଖୋଜାଖୋଜି କରୁଥିଲେ।






More Stories
ରାତି ସାଢେ ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍କା:କାଟ ଖାଇଲା ମହିଳା କୋଟା ସଂଶୋଧନ ଆଇନ…..