ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫମ୍ସ ପକ୍ଷରୁ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ପୃଷ୍ଠଭୂମିକୁ ନେଇ ଏକ ବିଶ୍ଲେଷଣ ହୋଇଛି । ଏହି ରିପୋର୍ଟ ଅନୁସାରେ କଂଗ୍ରେସ ଦଳରେ ସବୁଠାରୁ ଅଧିକ ଦାଗୀ ପ୍ରାର୍ଥୀ ଥିବାବେଳେ ବିଜେପିରେ ସବୁଠାରୁ ଅଧିକ ଧନୀ ପ୍ରାର୍ଥୀ ଅଛନ୍ତି । ଏହି ବିଶ୍ଳେଷଣ ଅନୁଯାୟୀ ମୋଟ ୨୫୩୪ ପ୍ରାର୍ଥୀଙ୍କ ମଧ୍ୟରୁ ୪୭୨ (୧୮.୬୨%) ପ୍ରାର୍ଥୀ ଦାଗୀ ପ୍ରାର୍ଥୀ ତାଲିକାରେ ଅଛନ୍ତି। କଂଗ୍ରେସର ୨୩୦ ଜଣଙ୍କ ମଧ୍ୟରୁ ୧୨୧ (୫୨.୬%)ଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ବିଜେପିର ୨୩୦ରୁ ୬୫ (୨୮.୨%), ବିଏସପି (ବହୁଜନ ସମାଜ ପାର୍ଟି)ର ୧୮୧ ରୁ ୨୨ (୧୨.୧୫%), ଏସପି (ସମାଜବାଦୀ ପାର୍ଟି)ର ୭୧ ଜଣଙ୍କ ମଧ୍ୟରୁ ୨୩ (୩୨.୩୯%), ଆମ୍ ଆଦମୀ ପାର୍ଟି (ଆପ୍)ର ୬୬ ଜଣଙ୍କ ମଧ୍ୟରୁ ୨୬ (୩୯.୩୯%), ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟିର ୩୭ ରୁ ୯ (୨୪.୩୨%) ସିପିଏମର ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ (୨୫%), ଏଆଇଏମଆଇଏମର ୪ ଜଣଙ୍କ ମଧ୍ୟରୁ ୨ (୫୦%), ଅନ୍ୟମାନଙ୍କ ୫୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୮ (୧୨.୭୧%) ଏବଂ ୧୧୬୭ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୪ (୧୧.୪୮%)ଙ୍କ ନାଁରେ ଅପରାଧିକ ମାମଲା ରହିଛି ।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..