ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମଥିବା ଏକ ସାର୍ଟିଫିକେଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଶରଦ ପାୱାର ଓବିସି ବର୍ଗର ବୋଲି କୁହାଯାଇଛି। ଏହି ଦସ୍ତାବିଜକୁ ତାଙ୍କ ଝିଅ ସୁପ୍ରିୟା ସୁଲେ ଜାଲ୍ ବୋଲି କହିଥିଲେ। ଏବେ ଶରଦ ପାୱାର ନିଜେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପାୱାର କହିଛନ୍ତି, “ମୁଁ ଓବିସି ବର୍ଗର ଲୋକମାନଙ୍କୁ ସମ୍ମାନ କରେ । କିନ୍ତୁ ମୁଁ ଜନ୍ମଗତଭାବେ ମିଳିଥିବା ଜାତିକୁ ଲୁଚାଏନାହିଁ, ମୋ ଜାତି କ’ଣ ତାହା ସମଗ୍ର ବିଶ୍ୱ ଜାଣେ।’’ ଗୋବିନ୍ଦ ବାଗରେ ଏକ ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି, “ମୋର ନକଲି ଜାତିଗତ ପ୍ରମାଣପତ୍ର ଭାଇରାଲ ହୋଇଥିଲା। ମୋର ଇଂରାଜୀ ସାର୍ଟିଫିକେଟ୍ କିଛି ଲୋକଙ୍କ ଦ୍ୱାରା ପ୍ରସାରିତ ହୋଇଥିଲା । ଏହା ଉପରେ ଓବିସି ଲେଖା ଯାଇଥିଲା। ମୁଁ ମୋ ଜନ୍ମ, ଜାତିକୁ ଲୁଚାଉନାହିଁ । ମୋ ଜାତି କ’ଣ ତାହା ସମଗ୍ର ବିଶ୍ୱ ଜାଣେ।’’ ଶରଦ ପାୱାର ମଧ୍ୟ ମରାଠା ସଂରକ୍ଷଣ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମରାଠା ଯୁବକଙ୍କ ମନୋବଳ ଦୃଢ଼। ମରାଠା ସମ୍ପ୍ରଦାୟକୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ସେ ସେମାନଙ୍କୁ ଅଣଦେଖା କରିବେ ନାହିଁ, ସେ ଲୋକଙ୍କ ଭାବନାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ। ମରାଠା ଓ ଓବିସିଙ୍କ ମଧ୍ୟରେ କୌଣସି ବିବାଦ ନାହିଁ, କିନ୍ତୁ କିଛି ଲୋକ ଏଭଳି ବାତାବରଣ ସୃଷ୍ଟି କରୁଛନ୍ତି। ଶରଦ ପାୱାର କହିଛନ୍ତି ଯେ ଲୋକଙ୍କ ନ୍ୟାୟସଂଗତ ସମସ୍ୟାର ସମାଧାନ ହେବା ଉଚିତ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….