Report Card Odisha

| Daily Odia News

ଅଣ ଆଦିବାସୀଙ୍କୁ ନିଜର ଜମି ବିକ୍ରି କରିପାରିବେ ଆଦିବାସୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଏସଟି ବର୍ଗର ଜମି ହସ୍ତାନ୍ତର ସରଳ ହେବା ପ୍ରକ୍ରିୟା ଉପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗେଇ ପାରୁ ନଥିଲେ। ଏବେ ସେ ନିୟମରେ କିଛି ପରି ବର୍ତ୍ତମାନ କରାଯାଇଛି। ଏହା ଦ୍ୱାରା ଆଦିବାସୀ ବର୍ଗ ଉପକୃତ ହେବେ। ଉଲ୍ଲେଖଯୋଗ୍ୟ, ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ। ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ। ଯଦି ୬ ମାସ ଭିତରେ ଉପଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ହେବ। ଏହି ମାମଲାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାଆନ୍ତ ନିଷ୍ପତ୍ତି ବୋଲି ଧରାଯିବ। ଏହାଫଳରେ ଜଣେ ଆଦିବାସୀ ଅଣଆଦିବାସୀଙ୍କୁ ନିଜ ଜମିକୁ ଉପହାର ଆକାରରେ ଦେଇପାରିବେ। ଠିକ୍ ସେହିପରି ଜଣେ ଆଦିବାସୀ ନିଜର ଜମିକୁ ସର୍ବସାଧାରଣ ଅର୍ଥପ୍ରଦାନକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ମଧ୍ୟ ଆଣିପାରିବେ।

Breaking News