ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଭିଜିଲାନ୍ସ ମନ୍ତ୍ରୀ ଅତିଶି | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଭିଜିଲାନ୍ସ ବିଭାର ରିପୋର୍ଟକୁ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍ସେନାଙ୍କ ପାଖକୁ ପଠାଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ପଦରୁ ହଟାଇବା ତଥା ନିଲମ୍ବିତ କରିବା ପାଇଁ କେଜ୍ରିଓ୍ୱାଲ ସୁପାରିଶ କରିଛନ୍ତି। ଏଥିସହ ମନ୍ତ୍ରୀ ଅତିଶିଙ୍କୁ ଏହି ରିପୋର୍ଟ ସିବିଆଇ ଓ ଇଡି ପାଖକୁ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି। ୬୭୦ ପୃଷ୍ଠା ସମ୍ବଲିତ ଏହି ରିପୋର୍ଟରେ ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାର ଓ ଡିଭିଜନାଲ କମିଶ୍ନର ଅଶ୍ୱିନୀ କୁମାରଙ୍କୁ ତରନ୍ତ ସେମାନଙ୍କୁ ପଦରୁ ହଟାଇବାକୁ ଦାବି କରାଯାଇଛି। ଏଥିସହ ଏହି ମାମଲା ସହ ଜଡିତ ସମସ୍ତ ଫାଇଲକୁ ତୁରନ୍ତ ଜବତ କରିବାକୁ କୁହାଯାଇଛି।






More Stories
ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ…..
ଭାରତକୁ ପାକିସ୍ତାନର ଯୁଦ୍ଧ ଧମକ…..
ହଟିବନି ଟେଲିଗ୍ରାମ ବ୍ୟାନ…..