ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ଏବଂ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଜାରିରହିଛି। ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନରୁ ଚମ୍ବଲ ଅଂଚଳରେ ୩୪ ଆସନ, ବୁନ୍ଦେଲଖଣ୍ଡରେ ୨୬ ଆସନ, ମାଲବା ଅଂଚଳରେ ୫୫ ଆସନ, ନିମାଡ଼ରେ ୧୮ ଆସନ, ବଘେଲଖଣ୍ଡରେ ୩୦ ଆସନ, ମହାକୌଶଳରେ ୪୭ ଆସନ ଏବଂ ଭୋପାଳ ଅଂଚଳରେ ୨୦ ଆସନ ରହିଛି। ୫ କୋଟି ୬୦ ଲକ୍ଷ ୫୮ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ଏବଂ ଏଥିପାଇଁ ୬୪,୬୨୬ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ। କେତେକ ସ୍ଥାନରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସେହିପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡର ୭୦ଟି ଆସନରେ ସକାଳ ୮ଟାରୁ ଭୋଟ ଗ୍ରହଣ ଚାଲିଛି । ଏଥିରେ ୯୫୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ୧୮ ହଜାର ୮୦୦ରୁ ଅଧିକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୭୦୦ଟି ମତଦାନ କେନ୍ଦ୍ରରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……