ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଦିନ ହେବ ଳିବିନିମୟ ଜାରି ରହିଛି। ଳିବିନିୟମରେ ପ୍ରଥମେ ୩ ଆତଙ୍କୀ ନିହତ ହୋଇଥିବା ଜଣାପଡିଥିବା ବେଳେ ପରେ ଆଉ ୨ ନିହତ ହୋଇଛନ୍ତି | ଆତଙ୍କୀ ନିହତ ସଂଖ୍ୟା ୫ କୁ ବୃଦ୍ଧି ହୋଇଛି । ସୂଚନା ଯୋଗ୍ୟ, କୁଲଗାମ ଜିଲାର ସାମନୁ ଗାଁରେ ଗୁରୁବାର ମଧ୍ୟାହ୍ନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ପୁଲିସ,ସେନା ଓ ସିଆରପିଏଫର ମିଳିତ ଟିମ୍ ଏକ ବିଶେଷ ସୂଚନା ପାଇ କୁଲଗାମର ସାମନୁ ଗାଁରେ ଘେରାଉ ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ। ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବିଳମ୍ବିତ ରାତି ଯାଏଁ ଗୁଳିଚାଳନା କରାଯାଇଥିଲା। ଆଜି ସକାଳେ ପୁଣି ଗୁଳି ବିନିମୟ ଆରମ୍ଭ ହୋଇଥିଲା।






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..