ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ବନ୍ଧୁକଧାରୀ ହସ୍ପିଟାଲ ଭିତରକୁ ପଶି ଗୁଳିମାଡ଼ କରିଛି। ଏଥିରେ ବନ୍ଧୁକଧାରୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଉତ୍ତରପୂର୍ବ ଆମେରିକାର ନ୍ୟୁ ହାମ୍ପଶାୟର୍ରେ | ଏକ ହସ୍ପିଟାଲ ଭିତରେ ଶୁକ୍ରବାର ଜଣେ ବନ୍ଧୁକଧାରୀ ପଶି ଆସିଥିଲା। ଏହାପରେ ହସ୍ପିଟାଲ ଲବି ବସିଥିବା ଜଣେ ବ୍ୟକ୍ତିଙ୍କୁ ଉପରକୁ ଗୁଳି ମାଡ଼ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତୁରନ୍ତ ହସ୍ପିଟାଲରେ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମୀ ଉକ୍ତ ବନ୍ଧୁକଧାରୀ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସନ୍ଧିଗ୍ଧ ବ୍ୟକ୍ତି ଟଳି ପଡିଥିବା ପୁଲିସ କହିଛି। ଏହି ଗୁଳିମାଡ଼ ଆଉ କାହାର କୌଣସି କ୍ଷତି ହୋଇନାହିଁ। ହସ୍ପିଟାଲର ରୋଗୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ନ୍ୟୁ ହାମ୍ପଶାୟରରେ ୧୮୫ ବେଡ୍ ବିଶିଷ୍ଟ ଏକ ହସ୍ପିଟାଲ ଅଛି। ଏଠି ଗୁରୁତର ମାନସିକ ରୋଗରେ ପୀଡିତଙ୍କ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଏ। ଏଭଳି ସ୍ଥିତିରେ ଉକ୍ତ ବନ୍ଧୁକଧାରୀ କେଉଁ ଉଦ୍ଦେଶ୍ୟରେ ହସ୍ପିଟାଲକୁ ଆସିଥିବା ତାହା ଜାଣିବା କଷ୍ଟକର ହୋଇପଡିଛି। ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଆମେରିକାରେ ଗୁଳିମାଡ଼ ଘଟଣା ସାଧାରଣ ହୋଇଗଲାଣି। ବ୍ୟକ୍ତିଗତ ସୁରକ୍ଷା ପାଇଁ ସାଧାରଣ ଲୋକଙ୍କୁ ବନ୍ଧକ ରଖୁଛନ୍ତି। ଏଥିପାଇଁ ଏଠାରେ କୌଣସି କଠୋର ନିୟମ ମଧ୍ୟ ନାହିଁ। ନିୟମ ପରିବର୍ତ୍ତନ ପାଇଁ ସରକାରଙ୍କ ତରଫରୁ ପ୍ରୟାସ କରାଯାଇଥିଲେ ମଧ୍ୟ ପ୍ରତିଥର ବିରୋଧ ପ୍ରଦର୍ଶନ ହେଉଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……