Report Card Odisha

| Daily Odia News

ଆଜି ପାହାଡପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌‌ଘାଟନ କରିବେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ ଆଜି ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌‌ଘାଟନ କରିବେ। ଏଥିସହ ରାଷ୍ଟ୍ରପତି ବାଦାମପାହାଡ଼ ରେଳଷ୍ଟେସନ୍‌‌ରୁ ୩ଟି ନୂତନ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସ୍‌‌ରେ ବାଦାମପାହାଡ଼ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ଏହାଛଡା ସେ ରାଇରଙ୍ଗପୁର ଡାକ ଡିଭିଜନ୍‌‌ର ଉଦ୍‌‌ଘାଟନ କରିବା ସହ ବାଦାମପାହାଡ଼ ରେଳଷ୍ଟେସନର ପୁନଃବିକାଶପାଇଁ ଶିଳାନ୍ୟାସ କରିବେ । ଆଜି ଅପରାହ୍ଣରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପଞ୍ଚଦଶ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସେ ସମ୍ବଲପୁରଠାରେ ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଜାତୀୟ ଶିକ୍ଷା ଅଭିଯାନ – ନୂଆ ଭାରତ ପାଇଁ ନୂଆ ଶିକ୍ଷା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ମୟୂରଭଞ୍ଜର କୁଳିଅଣାଠାରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟକୁ ଉଦ୍‌‌ଘାଟନ କରିବା ସହ ବାରିପଦାଠାରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ମହୋତ୍ସବରେ ଯୋଗ ଦେଇଥିଲେ ।

Breaking News