ରିପୋର୍ଟ କାର୍ଡ / ଯାଜପୁର
ପାଠ ନ ଆସିବାରୁ ମ୍ୟାଡାମ ଙ୍କୁ ଡରି ଉଠ୍ ବସ୍ ହେଉଥିବା ବେଳେ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର। ଏପରି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ମୃତ ଛାତ୍ରଜଣକ ହେଲେ କୁଆଖିଆ ଥାନା ସାନଓରାଳି ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କୁଲର ରୁଦ୍ର ନାରାୟଣ ସେଠୀ । ସହପାଠୀଙ୍କ କହିବା ଅନୁସାରେ, ମ୍ୟାଡମ୍ ରୁଦ୍ରକୁ କିଛି ପାଠ ପଚାରିଲେ, ମାତ୍ର ସେ କହିପାରିଲା ନାହିଁ । ଏହା ପରେ ତାକୁ ଆଣ୍ଠେଇବାକୁ କହିଲେ ମ୍ୟାଡମ। କିଛି ସମୟ ପରେ ପୁଣି ତାକୁ ଉଠବସ୍ କରାଇଲେ । ତିନି ଚାରି ଥର ଉଠ ବସ୍ ହେବା ପରେ ରୁଦ୍ର ବେହୋସ ହୋଇ ପଡ଼ିଯାଇଥିଲା। । ସଙ୍ଗେ ସଙ୍ଗେ ଶିକ୍ଷୟିତ୍ରୀମାନେ ପାଣି ଛାଟି ତାକୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ସେ କିନ୍ତୁ ଆଉ ଉଠି ନ ଥିଲା। ଏନେଇ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚି ପିଲାଟିକୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାଯାଇଛି।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..