Report Card Odisha

| Daily Odia News

ଆଜିଠାରୁ ଚଳଚଞ୍ଚଳ ଧବଳେଶ୍ୱର ପୀଠ,୧୬ପ୍ଲାଟୁନ ଫୋର୍ସ ମୁତୟନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପଞ୍ଚୁକକର ପ୍ରଥମ ଦିନ | ଆସନ୍ତା ଶନିବାର ବଡ଼ ଓଷା। ପଞ୍ଚକ ପାଇଁବେଶ୍‌ ଚଳଚଞ୍ଚଳ ହୋଇଉଠିଛି ବାବା ଧବଳେଶ୍ୱର ଶୈବ ପୀଠ । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା। ଏହାପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା। ପରେ ଠାକୁରଙ୍କ ନିକଟରେ ବାଳ ଭୋଗ ସହ ଖେଚୁଡ଼ି ଭୋଗ ଲାଗି କରାଗଲା। ଏହାପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପହିଲି ପଞ୍ଚୁକରେ ବାବା ଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି। ପଞ୍ଚୁକ ଅବସରରେ ପୀଠରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ପାଇଁ ୧୬ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

 

Breaking News