ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲିଫ୍ଟ ଦେବା ବାହାନାରେ ଚଳନ୍ତା କାର୍ରେ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି । ଏନେଇ ପ୍ରଥମେ ପୋଲିସ ଅଭିଯୋଗ ରଖୁ ନ ଥିବା ବେଳେ ପରେ ମାମଲା ରୁଜୁ କରିଥିବା ଜଣାପଡିଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଧିନ୍ଦୋରି ଜିଲ୍ଲାରେ ଗତ ୧୫ ତାରିଖରେ ଘଟିଛି। ଏହି ମାମଲାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମଧ୍ୟପ୍ରଦେଶର ଧିନ୍ଦୋରି ଜିଲ୍ଲାର ନାବାଳିକାଜଣକ ନିଜ ସାନ ଭାଇ ଓ ଭଉଣୀଙ୍କ ସହ ସାଇକେଲ ଯୋଗେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏକ କାର୍ରେ ୪ ଯୁବକ ଆସି ସେମାନଙ୍କ ବାଟ ଓଗାଳିଥିଲେ। ନାବାଳିକାଜଣକ ପୂର୍ବରୁ ସେମାନଙ୍କୁ ଜାଣିଥିବା ବେଳେ ସେମାନେ ତାଙ୍କୁ ଲିଫ୍ଟ ଦେଇଥିଲେ। ନାବାଳିକାଜଣକ କାର୍ରେ ଚାଲି ଯାଇଥିବାର ବେଳେ ତାଙ୍କ ଭାଇଭଉଣୀ ସାଇକେଲ୍ ଯୋଗେ ଯାଇଥିଲେ। ଏହାପରେ ଉକ୍ତ ଯୁବକମାନେ କାର୍କୁ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ଜୋରରେ ମ୍ୟୁଜିକ ବଜାଇବା ସହ ଜୋରଜବରଦସ୍ତି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇ ଯାଇଥିଲେ। ନାବାଳିକାଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କହିଥିଲା। ପରିବାର ଲୋକେ ପ୍ରଥମେ ନିକଟସ୍ଥ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିବା ବେଳେ ପୋଲିସ କିନ୍ତୁ ସେମାନଙ୍କ ମାମଲା ରଖିନଥିଲା ।ଗତ ୧୮ ତାରିଖରେ ସେମାନେ ଜିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟ ଯାଇ ଏସ୍ପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ତୁରନ୍ତ ଏନେଇ ମାମଲା ରୁଜୁ କରାଯିବା ସହ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡିଛି |






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..