Report Card Odisha

| Daily Odia News

ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ ନେଇ ରାଜ୍ୟପାଳଙ୍କୁ ଜଣାଇଲା ବିଜେପି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭାର ଶୀତ ଅଧିବେଶନରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି | ଏବାବଦରେ ରାଜ୍ୟପାଳଙ୍କୁ ଜଣାଇବା ପାଇଁ ବିଜେପି ସଦସ୍ୟମାନେ ବିଧାନସଭାରୁ ବାହାରି ରାଜଭବନ ଅଭିମୁଖେ ଯାଇଛନ୍ତି | ଆଦିବାସୀ ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେଇଛନ୍ତି ବିଜେପି ବିଧାୟକ | ଅନ୍ୟପଟେ ଆଦିବାସୀ ଜମି ବିକ୍ରି ବିବାଦକୁ ନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରାଯାଇଛି | କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାଜ୍ୟ ସରକାର ଆଦିବାସୀ ସ୍ଵାର୍ଥ ବିରୋଧୀ | ଗତ ୧୪ତାରିଖରେ କ୍ୟାବିନେଟରେ ନିଷ୍ପତ୍ତି ନେଲେ ଆଦିବାସୀମାନେ ତାଙ୍କ ଜମି ବିକ୍ରି କରିପାରିବେ ଓ ବନ୍ଧକ ରଖି ପାରିବେ | ହେଲେ ୧୬ତାରିଖରେ ପୁନର୍ବାର ସରକାର ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଲେ | ସରକାରଙ୍କ ଏ ନିଷ୍ପତ୍ତିକୁ ଆମେ ବରଦାସ୍ତ କରିବୁନି ବିରୋଧ କରୁଛୁ | ଏହାକୁ ସ୍ଥଗିତ ନୁହେଁ ବରଂ ତୁରନ୍ତ ପ୍ରତ୍ୟାହାର କରନ୍ତୁ| ନଚେତ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀଦେଛି |

Breaking News