ରିପୋର୍ଟ କାର୍ଡ / ଭୁବନେଶ୍ବର
ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ସମଗ୍ର ବିଶ୍ବ ନଜର ରଖିଛି । କିନ୍ତୁ ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କ୍ରିମିଆରେ ୟୁକ୍ରେନର ୧୬ଟି ଡ୍ରୋନକୁ ଖସାଇ ଦେଇଥିବା ରୁଷ୍ ଦାବି କରିଛି । ୟୁକ୍ରେନ୍ ଜୁନ୍ ମାସରେ ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ ଆକ୍ରମଣରେ କ୍ରିମିଆ ଉପଦ୍ୱୀପ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ରୁଷୀୟ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ଜୋରଦାର କରିଛି। କିନ୍ତୁ ଏବେ ଡ୍ରୋନ ଗୁଡ଼ିକ ଉପରେ ରୁଷ ନିଜର ଆକ୍ରମଣକୁ ତୀବ୍ର କରିଛି। ରୁଷ୍ ଶୁକ୍ରବାର କହିଛି ଯେ ସେ ଦେଶର ଦକ୍ଷିଣ ରେ ଏବଂ ନିକଟବର୍ତ୍ତୀ କ୍ରିମିଆ ଉପଦ୍ୱୀପରେ ଆକାଶରେ ୧୬ଟି ୟୁକ୍ରେନ ଡ୍ରୋନକୁ ଧ୍ୱଂସ କରିଛି । ଗୁରୁବାର ରାତିରେ ଆକାଶମାର୍ଗରୁ ଡ୍ରୋନ୍ ସାହାଯ୍ୟରେ ରୁଷୀୟ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା, କିନ୍ତୁ ରୁଷ୍ ୟୁକ୍ରେନର ଏହି ପ୍ରୟାସକୁ ବିଫଳ କରିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଆମର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ନଷ୍ଟ ହୋଇଥିବା ଡ୍ରୋନ୍ ମଧ୍ୟରୁ ୧୩ଟି କ୍ରିମିଆ ଉପଦ୍ୱୀପରେ ଆକ୍ରମଣ କରିବାକୁ ଉଦ୍ଦିଷ୍ଟ ଥିବା ବେଳେ ୩ଟି ଭୋଲଗୋଗ୍ରାଡ୍ ଅଞ୍ଚଳ ଆଡ଼କୁ ଯାଉଥିଲା।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……