ରିପୋର୍ଟ କାର୍ଡ / ପୁରୀ
ହବିଷ କରିବାକୁ ପୁରୀ ଆସିଥିବା ବେଳେ ଜଣେ ହବିଷ୍ୟାଳିଙ୍କର ମୃତ୍ୟୁ ହୋଇଛି। ଏପରି ଏକ ଅଘଟଣ ଆଜି ସକାଳେ ପୁରୀରେ ଘଟିଛି। ମୃତ ହବିଷ୍ୟାଳୀଜଣକ ହେଲେ ହବିଶ୍ୟାଳୀ ଫକୀର ଧଳୁଆ । ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ଓ ବୟସ ୭୩ ବର୍ଷ ବୋଲି ଜଣାଯାଇଛି। କାର୍ତ୍ତିକ ମାସରେ ହବିଷ କରିବା ନିମନ୍ତେ ଫକୀର ଧଳୁଆ ପୁରୀ ଆସି ଗତ କିଛି ଦିନ ହେଲା ରହୁଥିଲେ। ଆଜି ଭୋର ସମୟରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରି ସାରି ମନ୍ଦିର ଭିତରେ ଥିବା ଉପବନରେ ସେ ବସିଥିଲେ। ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି।ଏନେଇ ଫକୀର ଧଳୁଆଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିଲା |






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……