Report Card Odisha

| Daily Odia News

 ଘାଟିରେ ଓଲଟିଲା ଟିପ୍ପର,୫ ମୃତ,୭ ଗୁରୁତର…..

ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ହନ୍ତାଲଗୁଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ରଡ଼, ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଟିପ୍ପର ତଳେ ୨ ଜଣ ଚାପି ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ- ଆଜି ଏକ ଟିପ୍ପର ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା । ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିବା ବେଳେ ତାହା ଉପରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ। ମାତ୍ର ଟିପ୍ପରଟି ଭାରସାମ୍ୟ ହରାଇ ହନ୍ତାଲଗୁଡ଼ା ଘାଟିରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗାଡ଼ି ତଳେ ଚାପି ହୋଇ ରହିଥିଲେ | ଏହି ଦୁର୍ଘଟଣାରେ ୭ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ଲୋକେ, ପୋଲିସ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜଜିତ ଅଛନ୍ତି।
Breaking News