Report Card Odisha

| Daily Odia News

ଭୋଟିଂ ବେଳେ ମନ୍ତ୍ରୀଙ୍କୁ ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା ଦେଖିବାକୁ ମିଳିଛି । ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରୀଙ୍କ ଉପରକୁ ମରାନ୍ତକ ଆକ୍ରମଣ ହୋଇଛି। ସେହିପରି ଅନ୍ୟ ଏକ ଭୋଟିଂ ବୁଥ୍‌ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳି ମଧ୍ୟ ଫୁଟିଛି। ସୂଚନା ମୁତାବକ, ଭୋଟିଂ ଚାଲିଥିବା ବେଳେ ଭିଲଓ୍ୱାଡା ଜିଲ୍ଲାର ମଣ୍ଡଳ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ତଥା ଗେହଲଟଙ୍କ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟ୍‌ଙ୍କ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ବୟସ୍କ ବ୍ୟକ୍ତି ହାତରେ ପଥର ଧରି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇଥିବା ଜଣାପଡିଛି । ସେପଟେ ଏହି ଆକ୍ରମଣ ପାଇଁ ବିରୋଧୀ ଦଳକୁ ଦାୟୀ କରିଛନ୍ତି ମନ୍ତ୍ରୀ । ମୁଁ କାହାକୁ ଭୟ କରି ଅଟକି ନାହିଁ। ମଣ୍ଡଳବାସୀଙ୍କ ଆଶୀର୍ବାଦ ମୋ ସହ ଅଛି ବୋଲି ଆକ୍ରମଣ ପରେ ମନ୍ତ୍ରୀ ରାମଲାଲ କହିଛନ୍ତି। ସେହିପରି ଧୋଲପୁର ଜିଲ୍ଲା ବାଡି ବିଧାନସଭା ଅଞ୍ଚଳରେ ଫୁଟିଛି ଗୁଳି। ବିଧାନସଭା ନିର୍ବାଚନକୁ ନେଇ ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅନ୍ୟପଟେ ଫତେପୁର ଶେଖାବତୀ ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ଦେଖାଦେଇଛି। ଏମାନେ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅନେକ ଲୋକଙ୍କୁ ଅଟକ ରଖିଛି।

Breaking News